Odisha Link
Bridging the Missing Links in Odisha

ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ବର ନମ୍ବର-୧ ଅଲରାଉଣ୍ଡର, ଅକ୍ଷରଙ୍କୁ ମିଳିଲା ବଡ଼ ସଫଳତା

ଓଏଲ୍‌ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ୍। ଭାରତ ହୋଇଛି ବିଶ୍ବ ବିଜେତା। ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜାରି କରିଛି ସଦ୍ୟତମ ଟି-୨୦ ମାନ୍ୟତା। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି।

ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପୁରସ୍କୃତ କରାଯାଇଛି। ର଼୍ୟାଙ୍କିଙ୍ଗରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ସହ ମିଳିତ ନମ୍ବର ୱାନ ହୋଇଛନ୍ତି। ପାଣ୍ଡ୍ୟା ଟି-୨୦ ଅନ୍ତର୍ଜାତୀୟରେ ଅଲରାଉଣ୍ଡର ତାଲିକାରେ ପ୍ରଥମ ଭାରତୀୟ ଭାବେ ଶୀର୍ଷକୁ ଉଠିଛନ୍ତି। ସେହିପରି ତାଲିକାର ୧୨ ତମ ସ୍ଥାନକୁ ଲମ୍ପ ମାରିଛନ୍ତି ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲ। ସେ ମଧ୍ୟ ଚଳିତ ବିଶ୍ବକପ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ତାଙ୍କୁ କ୍ୟାରିୟର ଶ୍ରେଷ୍ଠ ର‍୍ୟାଙ୍କ ମିଳିଛି।

ଚଳିତ ବିଶ୍ବକପ୍‌ରେ ବ୍ୟାଟ ଏବଂ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ସଫଳତା ହାସଲ କରିଥିଲେ। ଯେତେବେଳେ ଦଳ ତାଙ୍କୁ ଆବଶ୍ୟକ କରୁଥିଲା, ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଉଇକେଟ ନେଇଥିଲେ। ସେ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ୧୪୪ ରନ ସଂଗ୍ରହ କରିଥିଲେ ଏବଂ ୧୧ ଉଇକେଟ ମଧ୍ୟ ନେଇଥିଲେ। ସେହିପରି ଟି-୨୦ ବୋଲିଂ ର଼୍ୟାଙ୍କିଙ୍ଗରେ ଏନ୍ରିଚ ନର୍ଟଜେ ୬୭୫ ରେଟିଂ ପଏଣ୍ଟ ସହ ଶୀର୍ଷ ମାନ୍ୟତା ଆଦିଲ ରସିଦଙ୍କ ପଛରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବ୍ୟାଟିଂ ତାଲିକାରେ ଟ୍ରେଭିସ୍‌ ହେଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି।

Leave A Reply

Your email address will not be published.