Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପାଇ ସୋରେନ, ଫେରିବେ ହେମନ୍ତ

ଓଏଲ୍‌ ବ୍ୟୁରୋ: ନିଜ ପଦରୁ ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଜେଲ୍‌ରୁ ଫେରିବା ପରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଗୋଟିଏ ଗାଡ଼ିରେ ହେମନ୍ତ ଓ ଚମ୍ପାଇ ରାଜଭବନରେ ପହଁଞ୍ଚିଛନ୍ତି। ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିବା ବେଳେ ହେମନ୍ତ ସୋରେନ ନୂଆ ସରକାର ଗଠନ କରିବା ପାଇଁ ଦାବି କରିଛନ୍ତି।

ଜେଲ୍ରୁ ଫେରିବା ପରେ ହେମନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିବା ପରେ ତାଙ୍କର ଘନିଷ୍ଠ ସହଯୋଗୀ ଚମ୍ପାଇ ସୋରେନଙ୍କୁ ରାଜ୍ୟ କମାଣ୍ଡ ହସ୍ତାନ୍ତର କରାଯାଇଥିଲା।

ସୂଚନାଥାଉକି, ଜାନୁଆରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିଛି। ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍।

Leave A Reply

Your email address will not be published.