ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ

ଓଏଲ୍ ବ୍ୟୁରୋ: ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ଦିଆଯାଇଛି । ଅକ୍ଟୋବର ୪ ତାରିଖରେ ସେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
ସୂଚନା ଅନୁସାରେ, ଗତ ଅକ୍ଟୋବର ୪ ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଇନ ମନ୍ତ୍ରାଳୟ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଜୁଲାଇ ୨୦ ତାରିଖରେ କାର୍ଯ୍ୟରୁ ଅବସର ନେବେ।
ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଘର ନୟାଗଡ ଓଡଗାଁରେ ହୋଇଥିବା ବେଳେ ଭୁବନେଶ୍ୱର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ବାଣୀବିହାର ଉତ୍କଳ ୟୁନିଭର୍ସିଟି ଅଧିନ କଟକର ଏମ୍ଏସ୍ ଲ କଲେଜରୁ ଏଲଏଲବି ଓ ଏଲଏଲଏମ ପାସ୍ କରିବା ପରେ ସମ୍ବଲପୁର ୟୁନିଭର୍ସିଟିରୁ ଲରେ ପିଏଚଡ଼ି କରିଥିଲେ। ଏହାପରେ ୧୯୮୫ ଡିସେମ୍ବରରେ ବାରରେ ଯୋଗଦେଇ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିୟମିତ ଓକିଲାତି ଅଭ୍ୟାସ କରିଥିଲେ।