Odisha Link
Bridging the Missing Links in Odisha

ଆଜି ଅନବସରର ଦ୍ୱାଦଶୀ, ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି

ଓଏଲ୍‌ ବ୍ୟୁରୋ: ଆଜି ଦ୍ଵାଦଶୀ ତିଥି। ଶ୍ରୀଜିଉମାନଙ୍କ ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଯିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ। ବୈଦ୍ୟଙ୍କ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯିବ।

ଦଇତା ସେବକ ଓ ପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ। ଏହାକୁ ରାଜପ୍ରାସାଦ ବିଜେ ନୀତି କୁହାଯାଇଥାଏ। ଭୋଗମଣ୍ଡପ ଉଠିବା ପରେ ଏହି ଦ୍ୱାଦଶୀ ନୀତି ସମ୍ପନ୍ନ ହେବ। ଏକାଦଶୀରେ ଦଶମୂଳମୋଦକ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.