Odisha Link
Bridging the Missing Links in Odisha

ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ଗଜପତିଙ୍କୁ ଖବର ଦେଲେ ସେବାୟତ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଶ୍ରୀଜିଉଙ୍କ ଅନବସର ଦ୍ବାଦଶୀ। ଚାଲିଛି ରାଜପ୍ରସାଦ ବିଜେ ନୀତି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି । ଗତକାଲି (ମଙ୍ଗଳବାର) ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା।

ପରମ୍ପରା ଅନୁସାରେ, ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ପାଇଁ ଦଇତାପତି ଓ ବିଦ୍ୟାପତି ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିଛନ୍ତି। ଶ୍ରୀଜିଉ ସୁସ୍ଥ ହେବା ଖବର ଗଜପତିଙ୍କୁ ଜଣାଇଛନ୍ତି ସେବାୟତ।

ସୂଚନାଥାଉକି, ଆସନ୍ତା ଜୁଲାଇ ୭ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଚଳିତବର୍ଷ ଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ପଡୁଛି। ଏଣୁ ନୀତି ଅଧିକ ଥିବାରୁ ଚଳିତ ନବଯୌବନ ଦର୍ଶନକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି। ଚଳିତ ରଥଯାତ୍ରା ଦୁଇ ଦିନ ଅନୁଷ୍ଠିତ ହେବ। ୭ତାରିଖ ଅପରାହ୍ନ ୫ଟାରେ ରଥ ଟାଣିବେ ଭକ୍ତ। ପରଦିନ ଅର୍ଥାତ ୮ ତାରିଖରେ ମଧ୍ୟ ପୁଣି ଭକ୍ତ ରଥ ଟାଣିବେ ୮। ଦୁଇଦିନ ରଥ ଯାତ୍ରା ଅନୁଷ୍ଠିତ ହେବ।

Leave A Reply

Your email address will not be published.