ଲୋକସେବା ଭବନରେ ବିଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ, କହିଲେ…
ଓଏଲ୍ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲାରୁ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲୋକସେବା ଭବନରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ମିଳିବ। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତକଳା ଏକାଡେମୀର ପୁନଃଗଠନ ହେବ।
ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନକୁ ପାଛୋଟି ନେବାକୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ୍ ଏବଂ ଓଏଏସ୍ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।