ସୁନ୍ଦରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ, ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ

ଓଏଲ୍ ବ୍ୟୁରୋ: ବଦଳିଛି ପାଗ ଆଉ ତାତିରୁ ମିଳିଛି ତ୍ରାହି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ୬୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତକାଲି ବରଗଡ଼ରେ ସର୍ବାଧିକ ୭୬.୨ ବର୍ଷା ରେକର୍ଡ କରାଯାଇଥିଲା। ରାଜ୍ୟରେ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ଉତ୍ତର ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୫ ଦିନ ବର୍ଷା ଲାଗି ରହିବା ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ବୌଧ, ନୟାଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।