Odisha Link
Bridging the Missing Links in Odisha

ବଢୁଛି ରତ୍ନଭଣ୍ଡାର ଦ୍ୱନ୍ଦ୍ୱ, ଜଷ୍ଟିସ ଅରିଜିତ ପଶାୟତ ଦେଲେ ବଡ଼ ମନ୍ତବ୍ୟ…

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏସବୁ ଭିତରେ ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ ବୋଲି ଆଇନ ମନ୍ତ୍ରୀ କହିଥିଲେ। ହେଲେ ଆଜି ଜଷ୍ଟିସ ଅରିଜିତ ପଶାୟତ ମନ୍ତବ୍ୟରୁ ଏକ ବଡ଼ ସୂଚନା ମିଳିଛି।

ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ୮ରେ ରଥଯାତ୍ରା ଥିବାରୁ, ସେଦିନ ହୁଏତ ଖୋଲିନପାରେ। ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି।

ଅନ୍ୟପଟେ, ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି। ଯାହାକୁ ନେଇ ଆଶା ଓ ଆଶଙ୍କା ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ୭ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପରଦିନ ଅର୍ଥାତ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି ଶୁଣିବାକୁ ମିଳୁଛି। ଚଳିତ ମାସ ୮ ତାରିଖଠାରୁ ୨୭ତାରିଖ ପର୍ଯ୍ୟନ୍ତ ଅର୍ଥାତ ୨୦ ଦିନ ଧରି ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରଗୁଡ଼ିକୁ ଗଣତିମଣତି କରାଯାଇପାରେ।

Leave A Reply

Your email address will not be published.