Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ଭକ୍ତଙ୍କ ସହ ଭିଜିବେ ଭଗବାନ, ୬ରୁ ପ୍ରବଳ ବର୍ଷା ସମ୍ଭାବନା

ଓଏଲ୍‌ ବ୍ୟୁରୋ: ଆଉ ଦିନ କେଇଟା ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ପାଇଁ ଚଳଚଂଚଳ ରଥଖଳା। ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଏସବୁ ବର୍ଷକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏଥର ରଥରେ ଭକ୍ତଙ୍କ ସହ ଭିଜିବେ ଭଗବାନ। ବଡଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳିଆ ଓ ଭଉଣୀ ସୁଭଦ୍ରା। ଆକୁଳ ଚିତ୍ତରେ ପ୍ରଭୁଙ୍କୁ ସ୍ୱାଗତ କରିବେ ଅଗଣିତ ଭକ୍ତ। ଆଗାମୀ ୫ ଦିନ ବର୍ଷା ଜାରି ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୭ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ କିଛି ସ୍ଥାନରେ ହୋଇପାରେ ଅତି ପ୍ରବଳ ବର୍ଷା। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ଏହା ପ୍ରଭାବରେ ୬ ତାରିଖରୁ ବର୍ଷାର ପରିମାଣ ବଢିବ।

Leave A Reply

Your email address will not be published.