Odisha Link
Bridging the Missing Links in Odisha

ରାଜସ୍ଥାନ ବିଜେପିକୁ ବଡ଼ ଝଟକା, କୃଷି ମନ୍ତ୍ରୀ କିରୋଡି ଲାଲ ମୀନା ଦେଲେ ଇସ୍ତଫା

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ରାଜସ୍ଥାନ ରାଜନୀତିରେ ହଟଚମଟ। ନିଜ ପଦରୁ ଇସ୍ତଫା ଦେଲେ କୃଷି ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରୋଡି ଲାଲ ମୀନା। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜେ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। ଆଜି ମୀନା ତାଙ୍କ ସୋସଆଲ ମିଡିଆ ଏକ୍ସରେ ଶ୍ରୀରାମ ଚରିତ ମାନସର ଏକ ପଂକ୍ତି ଲେଖିଚନ୍ତି। ସେ ଲେଖିଛନ୍ତି ‘ରଘୁକୁଳ ରୀତି ସଦା ଚଲିଆଇ ପ୍ରାଣ ଯାଏ ପର ବଚନ ନଯାଇ’।

ରାଜସ୍ଥାନରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ଦିନଠାରୁ କିରୋଡି ଲାଲ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ବର୍ତ୍ତମାନ ସେ ଏହି ଚର୍ଚ୍ଚା ଉପରେ ମୋହର ମାରିଛନ୍ତି। ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ନିକଟକୁ ୧୦ ଦିନ ପୂର୍ବରୁ ହିଁ ନିଜ ଇସ୍ତଫା ପତ୍ର ପଠାଇ ସାରିଛନ୍ତି। ତେବେ ଆଜି ଜୟପୁରର ମାନସରୋବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି।

ସୂଚନାଥାଉକି, ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ମୀନା ଘୋଷଣା କରିଥିଲେ, ଯଦି ବିଜେପି ରାଜସ୍ଥାନର ୭ଟି ସିଟ୍‌ରୁ ଗୋଟିଏ ବି ଆସନରେ ହାରେ ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ନିର୍ବାଚନଳ ଫଳାଫଳ ଆସିବା ପରେ ବିଜେପି ୭ଟି ସିଟ୍‌ରୁ ୪ଟି ହାରି ଯାଇଥିଲା। ଏହାପରେ ମୀନାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଆଜି ସେ ନିଜ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

Leave A Reply

Your email address will not be published.