Odisha Link
Bridging the Missing Links in Odisha

ଇସ୍ତଫା ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ପିସିସି ସଭାପତି, କହିଲେ-ଗୁଜବ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ସରିଲା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସରେ ସବୁକିଛି ଠିକ୍‌ ଚାଲିନାହିଁ। ୨୦୧୯ ଅପେକ୍ଷା ଦଳ ୨୦୨୪ରେ ଭଲ ପ୍ରଦର୍ଶନ କରିଛି। ହେଲେ କିଛି ଅସନ୍ତୁଷ୍ଟ କର୍ମୀ ନିକଟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିଲେ। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରିକି ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶରତ ପଟ୍ଟନାୟକ। ସେ କହିଛନ୍ତି ପିସିସି ସଭାପତି ପଦରୁ ଇସ୍ତଫା ଦେଇ ନାହିଁ।

ସେ କହିଛନ୍ତି, ଇସ୍ତଫାକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି ତାହା ଗୁଜବ। ନିର୍ବାଚନ ପରାଜୟ ପରେ ପାର୍ଟି ହାଇକମାଣ୍ଡଙ୍କୁ ସବୁ ଅବଗତ କରାଇଛି। ନୈତିକତା ଦୃଷ୍ଟିରୁ ଯାହା କରିବା କଥା ଦଳ ପାଇଁ କରିଛି। ଆଗକୁ ରାଜ୍ୟରେ ଦଳ ସଂଗଠିତ ହେବ ଲଢ଼େଇ କରିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

 

Leave A Reply

Your email address will not be published.