Odisha Link
Bridging the Missing Links in Odisha

ପ୍ରତିଦିନ ସେୟାର ମାର୍କେଟରେ ନୂଆ ରେକର୍ଡ, ସେନସେକ୍ସ-ନିଫ୍ଟି ପୁଣିଥରେ ଛୁଇଁଲା ନୂଆ ଶିଖର

ଓଏଲ୍‌ ବ୍ୟୁରୋ: ଭାରତୀୟ ସେୟାର ମାର୍କେଟରେ ଉତ୍ସାହ ଜାରି ରହିଛି। ଆଜି ମାର୍କେଟ ଆରମ୍ଭରୁ ହିଁ ଉଭୟ ସେନସେକ୍ସ ଓ ନିଫ୍ଟି ଅଲ୍‌ ଟାଇମ୍‌ ହାଏରେ କାରବାର ଆରମ୍ଭ କରିଛି। ସେନସେକ୍ସ ୩୩୪.୯୯ ପଏଣ୍ଟ ଉପରକୁ ଉଠି ୮୨.୩୨୧ରେ କାରବାର ଆରମ୍ଭ କରିଥିଲା। ସେହିପରି ନିଫ୍ଟି ୮୩.୪୫ ପଏଣ୍ଟ ଉପରକୁ ଉଠି ୨୪,୩୬୯ରେ କାରବାର ଆରମ୍ଭ କରିଥିଲା। ଜୁନ୍‌ ୧୦ ପରଠୁ ସେୟାର ମାର୍କେଟରେ ଉତ୍ସାହ ଜାରି ରହିଛି। ଜୁନ୍‌ ୧୦ରୁ ଏପର୍ଯ୍ୟନ୍ତ ସେନସେକ୍ସ ୩ହଜାର ପଏଣ୍ଟ ଉପରକୁ ଉଠିସାରିଲାଣି।

କାରବାର ଆରମ୍ଭରୁ ନିଫ୍ଟିର ୫୦ ଇଣ୍ଡେକ୍ସରୁ ୩୪ଟିର ସେୟାର ଗ୍ରୀନ୍‌ ମାର୍କରେ ଖୋଲିଛି। ବାକି ୧୪ଟି ସେୟାର ରେଡ ମାର୍କରେ କାରବାର ଆରମ୍ଭ କରିଥିଲା। ଟପ୍‌ ଗେନର୍ସ ତାଲିକାରେ ହିଣ୍ଡାଲକୋ, ଆଇସିଆଇସିଆଇ ବ୍ୟାଙ୍କ, ଟାଟା ମୋଟର୍ସ, ଏଚସିଏଲ ଟେକ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାର ସାମିଲ ରହିଛି।

ବିଏସ୍‌ଇର ୩୦ ସେୟାର ବିଶିଷ୍ଟ ସେନସେକ୍ସ ପ୍ରଥମ ଥର ପାଇଁ ଐତିହାସିକ ୮୦ ହଜାର ପଏଣ୍ଟ ଅତିକ୍ରମ କରି ୮୦,୦୭୪ରେ କାରବାର ଆରମ୍ଭ କରିଥିଲା। ଏହାପୂର୍ବରୁ ଜୁନ୍‌ ୨୫ ତାରିଖରେ ସେନସେକ୍ସ ୭୮ ହଜାର ପରେ ଜୁନ୍‌ ୨୭ ତାରିଖରେ ୭୯ ହଜାର ପଏଣ୍ଟ ଅତିକ୍ରମ କରିଥିଲା।

Leave A Reply

Your email address will not be published.