ଲୋକସେବା ଭବନରେ କାର୍ଯ୍ୟରତ ଏଏସଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଏଲ୍ ବ୍ୟୁରୋ: ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍ଓଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରହୁଥିବା ଘରୁ ମୃତ ଏଏସ୍ଓ ମୋରା ମାରାଣ୍ଡିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଇସ୍ପାତ ଓ ଖଣି ବିଭାଗରେ ୨୦୨୪ ବ୍ୟାଚର ଏଏସଓ ହେଉଛନ୍ତି ମୋରା ମାରାଣ୍ଡି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ଆଜି ପୂର୍ବାହ୍ନରେ ଏଏସ୍ଓ ମୋରା ମାରାଣ୍ଡିଙ୍କ ଘର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିଲେ। ହେଲେ ତାଙ୍କ ଫୋନ୍ ଲାଗି ନଥିଲା। ପରେ ପରିବାର ଲୋକ ମୋରାଙ୍କ ସାଙ୍ଗକୁ ଫୋନ୍ କରି କହିଥଲେ। ଏନେଇ ମୋରା ରହୁଥିବା ଘରକୁ ତାଙ୍କ ସାଙ୍ଗ ଯାଇଥିଲେ। ସେଠାରେ ପହଁଞ୍ଚି ମୋରାଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ।
ଏହା ପରେ ପୁଲିସକୁ ଖବର ଦେଇଥିଲେ ମୋରାଙ୍କ ସାଙ୍ଗ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।