Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଗଠନ ହେଲା ୧୬ ଜଣିଆ କମିଟି

 

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଖୋଲିିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ପାଇଁ ପୂର୍ବ କମିଟିକୁ ଭାଙ୍ଗି ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହୋଇଛନ୍ତି। ୬ ତାରିଖରେ ଏହି ନୂଆ କମିଟି ବୈଠକ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ କଣ ରହିବ ସେ ନେଇ ନିଷ୍ପତ୍ତି ନେବ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତତକାଳୀନ ବିଜେଡି ସରକାର ଅରିଜିତ ପଶାୟ ତ୍ତଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଥିଲେ। ତାହା ଏବେ ଭଙ୍ଗ ହୋଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରତ୍ନୠଣ୍ଡାର ଖୋଲାଯିବ। ମହାପ୍ରଭୁ ମନ୍ଦିରରେ ନଥିବା ସମୟରେ ହିଁ ଖୋଲାଯିବ ରତ୍ନଭଣ୍ଡାର। ବହୁ ବିଚାରବିମର୍ଷ ପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ଆଜି ଏଭଳି ନିଷ୍ପତି ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.