ଟିଟିଲାଗଡ଼ରେ ବ୍ୟାପିଲା ଡେଙ୍ଗୁ, ୧୮ ଆକ୍ରାନ୍ତ ଚିହ୍ନଟ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଇଁତଳା ସହରରେ ଡେଙ୍ଗୁ ବ୍ୟାପିଥିବା ଖବର ସାମ୍ନାକୁ ଆସିଛି। ସହରରେ ମୋଟ ୧୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ୧୧ ଜଣଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଚିହ୍ନଟ ନେଇ ସଇଁତଳା ମେଡିକାଲ ଇନଚାର୍ଜ ସୂଚନା ଦେଇଛନ୍ତି।
ଅନ୍ୟପଟେ, ପୂର୍ବରୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଥିଲେ, ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ। ଡେଙ୍ଗୁ ସ୍ଥିତି ଗତବର୍ଷ ତୁଳନାରେ ଦୁଇ ଗୁଣା ବୃଦ୍ଧି ପାଇଛି। ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି। ଗତକାଲି ସୁଦ୍ଧା ରାଜ୍ୟରେ ୨୮୮ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ଜଣ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଜାରି ହୋଇଛି।