Odisha Link
Bridging the Missing Links in Odisha

ଓଡ଼ିଆ ପୁଅ କିଶୋରଙ୍କୁ ଅଲିମ୍ପିକ୍ସ ଟିକେଟ୍, ନୀରଜଙ୍କ ସହିତ ଏହି ୨୮ ଖେଳାଳିଙ୍କୁ ମିଳିଲା ଟିକେଟ୍‌

ଓଏଲ୍‌ ବ୍ୟୁରୋ: ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୮ ଜଣିଆ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲଟିକ୍ ଟିମର ଘୋଷଣା କରାଯାଇଛି। ଏହି ଟିମ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ଓଡ଼ିଆ ପୁଅଙ୍କୁ ମିଳିଲା ପ୍ୟାରିସ୍‌ ଅଲିମ୍ପିକ୍ସ ଗେମ୍ସ ଟିକେଟ୍। ଅଲିମ୍ପିକ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏହି ଟିମରେ ସ୍ଥାନ ପାଇଛନ୍ତି। ୨୮ ଜଣିଆ ଦଳରେ ୧୧ ଜଣ ମହିଳା ଆଥଲେଟ୍ ଅଛନ୍ତି। ଜୁଲାଇ ୨୬ରୁ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ଖେଳାଯିବ। ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଅଗଷ୍ଟ ୧ରୁ ଅଗଷ୍ଟ ୧୧ ଯାଏଁ ଚାଲିବ।

୨୮ ଜଣ ଖେଳାଳି:
୧-ଅବିନାଶ ସବଲେ (ପୁରୁଷ ୩ହଜାର ମିଟର ଷ୍ଟିପେଲଚେସ୍‌)
୨- ନୀରଜ ଚୋପ୍ରା (ପୁରୁଷ ଜାଭେଲିନ୍‌ ଥ୍ରୋ)
୩-କିଶୋର ଜେନା (ପୁରୁଷ ଜାଭେଲିନ୍‌ ଥ୍ରୋ)
୪- ତଜିନ୍ଦ୍ରପାଲ ସିଂହ ତୁର (ପୁରୁଷ ସଟ୍‌ ପୁଟ)
୫- ପ୍ରବୀଣ ଚିତ୍ରଭେଲ (ପୁରୁଷ ଟ୍ରିପଲ୍‌ ଜମ୍ପ)
୬- ଅବଦୁଲ୍ଲା ଅବୁବାକର (ପୁରୁଷ ଟ୍ରିପଲ ଜମ୍ପ)
୭- ସର୍ବେଶ କୁଶାରେ (ପୁୁରୁଷ ହାଇ ଜମ୍ପ)
୮-ଆକାଶଦୀପ ସିଂହ (ପୁରୁଷ ୨୦ କିମି ରେସ୍‌ ଓ୍ବାକ୍)
୯- ବିକାଶ ସିଂହ (ପୁରୁଷ ୨୦ କିମି ରେସ୍‌ ଓ୍ବାକ୍)
୧୦- ପରମଜିତ୍‌ ସିଂହ ବିଷ୍ଟ (ପୁରୁଷ ୨୦ କିମି ରେସ୍‌ ଓ୍ବାକ୍)
୧୧-ମହମ୍ମଦ ଅନାସ (ପୁରୁଷ ୪ * ୪୦୦ ରିଲେ)
୧୨- ମହମ୍ମଦ ଆଜମଲ (ପୁରୁଷ ୪ * ୪୦୦ ରିଲେ)
୧୩-ଆମୋଜ ଜାକବ (ପୁରୁଷ ୪ * ୪୦୦ ରିଲେ)
୧୪-ସନ୍ତୋଷ କୁମାର ତାମିଲରସନ୍‌ (ପୁରୁଷ ୪ * ୪୦୦ ରିଲେ)
୧୫-ରାଜେଶ ରମେଶ (ପୁରୁଷ ୪ * ୪୦୦ ରିଲେ)
୧୬- ମିଜୋ ଚାକୋ କୁରିଆନ୍‌ (ପୁରୁଷ ୪ * ୪୦୦ ରିଲେ)
୧୭-ସୁରଜ ପନଓ୍ବର (ରେସ୍‌ ଓ୍ବାକ ମିକ୍ସଡ ମାରାଥନ)
୧୮-କିରନ ପାହଲ (ମହିଳା ୪୦୦ ମିଟର)
୧୯- ପାରୁଲ ଚୌଧୁରୀ (ମହିଳା ୩ ହଜାର ମିଟର ଷ୍ଟିପେଲଚେସ୍‌ ଓ ୫୦୦୦ ମିଟର)
୨୦- ଜ୍ୟୋତି ୟାରଜି (ମହିଳା ୧୦୦ ମିଟର ହଡଲସ୍)
୨୧- ଅନୁ ରାଣୀ (ମହିଳା ଜାଭେଲିନ୍‌ ଥ୍ରୋ)
୨୨- ଅଭା ଖଟୁଆ (ମହିଳା ସଟ୍‌ ପୁଟ)
୨୩- ଜ୍ୟୋତିକା ଶ୍ରୀ ଦାଣ୍ଡି (ମହିଳା ୪ * ୪୦୦ ରିଲେ)
୨୪- ଶୁଭ ଭେଙ୍କେଟଶନ୍‌ (ମହିଳା ୪ * ୪୦୦ ରିଲେ)
୨୫- ଭିତିୟା ରାମରାଜ (ମହିଳା ୪ * ୪୦୦ ରିଲେ)
୨୬- ଏମ୍‌ଆର ପୁଭମା (ମହିଳା ୪ * ୪୦୦ ରିଲେ)
୨୭- ପ୍ରାଚୀ (ମହିଳା ୪ * ୪୦୦ ରିଲେ)
୨୮- ପ୍ରିୟଙ୍କା ଗୋସ୍ବାମୀ (ମହିଳା ୨୦ କିମି ରେସ୍‌ ଓ୍ବାକ୍‌ ଓ ରେସ୍‌ ଓ୍ବାକ୍‌ ମିକ୍ସଡ ମାରାଥନ୍)

Leave A Reply

Your email address will not be published.