Odisha Link
Bridging the Missing Links in Odisha

‘ଏକ୍ ପେଡ୍ ମାଆ କେ ନାମ୍’ କାର୍ଯ୍ୟକ୍ରମ, ବୃକ୍ଷ ରୋପଣରେ ଓଡ଼ିଶାର ନୂଆ ରେକର୍ଡ

ଓଏଲ୍‌ ବ୍ୟୁରୋ: ବଜ୍ରପାତ ଯୋଗୁଁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଦିନକୁ ଦିନ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ବିପର୍ଯ୍ୟୟ ଜନିତ ମୃତ୍ୟୁର ସବୁଠୁ ବଡ କାରଣ ପାଲଟିଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବଜ୍ରପାତଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ ଲଗାଯିବ। ବଜ୍ରପାତ ମୃତ୍ୟୁ ରୋକିବାକୁ ଲାଗିବ ୧୯ ଲକ୍ଷ ତାଳ ଗଛ ଲଗାଯିବ। ଏହା ସହ ଚଳିତ ବର୍ଷ ରାଜ୍ୟରେ ୫ କୋଟି ଗଛ ଲଗାଯିବ। ୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଦିଆଯିବ। ପରିବେଶ ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଲିଥିନ୍ ଦିଆଯିବ। ବୃକ୍ଷରୋପଣ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ କହିଛନ୍ତି, ବୃକ୍ଷ ରୋପଣରେ ଦେଶରେ ଏକ ନମ୍ବର ଓଡ଼ିଶା। ଏକ୍ ପେଡ୍ ମାଆ କେ ନାମ୍’ କାର୍ଯ୍ୟକ୍ରମରେ ଲାଗିଛି ୧ ଲକ୍ଷ ୪୫ ହଜାର ଗଛ। ଓଡ଼ିଶା ଦେଶରେ ୧ ନଂ, ୪୮ ହଜାର ଗଛ ଲଗାଇ କେରଳ ଦ୍ୱିତୀୟ। ରାଜ୍ୟରେ ୫ କୋଟି ଗଛ ଲାଗିବ, ୨.୨୦ କୋଟି ଗଛ ସରକାର ଲଗାଇବେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ଲଗାଯିବ ୨.୮୦ କୋଟି ଗଛ। ଜାପାନରେ ଦେଖା ଯାଉଥିବା ଚେରୀ ବ୍ଲସମ୍ ଟ୍ରି ଦାରିଙ୍ଗବାଡ଼ିରେ ଲଗାଯିବ।

Leave A Reply

Your email address will not be published.