ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଋଷି ସୁନକ

ଓଏଲ୍ ବ୍ୟୁରୋ: ବ୍ରିଟେନ୍ରେ ସୁନକ ରାଜ୍ ଶେଷ। ବ୍ରିଟେନ୍ ନିର୍ବାଚନରେ ପରାସ୍ତ ହେଲେ ଋଷି ସୁନକ। ପରାଜୟ ସ୍ଵୀକାର କଲେ ପ୍ରଧାନମନ୍ତ୍ରୀ ଋଷି ସୁନକ। କେର୍ ଷ୍ଟାରମର୍ଙ୍କୁ ଶୁଭେଚ୍ଛା ଜଣାଇଲେ ଋଷି ସୁନକ। ବ୍ରିଟେନ୍ରେ ଲେବର ପାର୍ଟିକୁ ବହୁମତ ମିଳିଥିବାବେଳେ ସରକାର ଗଢ଼ିବ। ଏହା ପରେ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ସୁନକ ଶେଷ ମୁହୂର୍ତ୍ତରେ ଲେବର ଦଳର ସମ୍ଭାବ୍ୟ ସଂଖ୍ୟାଗରିଷ୍ଠତା ରୋକିବାକୁ ମତଦାତାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ଆଗାମୀ ଦିନରେ ସେମାନଙ୍କ ଉପରେ ଅଧିକ ଟିକସ ବୋଝ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ଲେବର୍ ପାର୍ଟିକୁ ଭୋଟ୍ ମିଳିଥିବା କୁହାଯାଉଛି।
ସୂଚନା ଅନୁସାରେ, ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା। ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି। ଏବେ ଭାରତର ଜ୍ବାଇଁ ତଥା କନଜରଭେଟିଭ୍ ପାର୍ଟିର ନେତା ଋଷି ସୁନକ ପ୍ରଧାନମନ୍ତ୍ରୀ ଅଛନ୍ତି। ସକାଳୁ ଗଣତି ଆରମ୍ଭ ହୋଇଥିବାବେଳେ ତାଙ୍କ ଦଳ ବହୁ ପଛରେ ରହିଛି। ଷ୍ଟାରମରଙ୍କ ନେତୃତ୍ବାଧୀନ ଲେବର ପାର୍ଟି ବହୁ ଆଗରେ ରହିଛି। ତେବେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟାଇ କୀର ଷ୍ଟାରମେର୍ ନୂଆ ପ୍ରଧାନମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଛି।