Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ପ୍ରସଙ୍ଗ: ପ୍ରମିଳା-ପୃଥ୍ବୀରାଜ କଥା କଟାକଟି

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏସବୁ ଭିତରେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ପାଇଁ ପୂର୍ବ କମିଟିକୁ ଭାଙ୍ଗି ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହୋଇଛନ୍ତି। ୬ ତାରିଖରେ ଏହି ନୂଆ କମିଟି ବୈଠକ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ କଣ ରହିବ ସେ ନେଇ ନିଷ୍ପତ୍ତି ନେବ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତତକାଳୀନ ବିଜେଡି ସରକାର ଅରିଜିତ ପଶାୟତ୍ତଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଥିଲେ। ତାହା ଏବେ ଭଙ୍ଗ ହୋଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରତ୍ନୠଣ୍ଡାର ଖୋଲାଯିବ। ମହାପ୍ରଭୁ ମନ୍ଦିରରେ ନଥିବା ସମୟରେ ହିଁ ଖୋଲାଯିବ ରତ୍ନଭଣ୍ଡାର। ବହୁ ବିଚାରବିମର୍ଷ ପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ଏଭଳି ନିଷ୍ପତି ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଏହା ସହ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରମିଳାଙ୍କୁ ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କମିଟି କାହିଁକି ଭାଙ୍ଗିଲା ପଚାରିବା ଦୁର୍ଭାଗ୍ୟଜନକ ବୋଲି ଆଇନମନ୍ତ୍ରୀ କହିଛନ୍ତି। ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି, ଏବେ ପଚାରୁଛନ୍ତି। ରତ୍ନଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଇଛନ୍ତି, କମିଟି ଗଠନ ହୋଇଛି। ରତ୍ନଭଣ୍ଡାର ଯଥା ସମୟରେ ଖୋଲାଯାଇ ଗଣତି, ମଣତି କରାଯିବ। ପ୍ରତିଟି ଜିନିଷର ଡିଜିଟାଲ ଫଟୋ କପି ହେବ। ଏହା ସହ ସଂରକ୍ଷଣ କରାଯିବ। ସୂଚନା ଅନୁସାରେ, ରତ୍ନଭଣ୍ଡାର ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ମନ୍ଦ ଉଦ୍ଦେଶ୍ୟ ରଖି ପୂର୍ବ କମିଟି ଭଙ୍ଗାଗଲା। ସେମାନେ ଖାଲି ଭୂଆଁ ବୁଲେଇବେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ।

Leave A Reply

Your email address will not be published.