Odisha Link
Bridging the Missing Links in Odisha

ଯୁବରାଜ ସେନା ପ୍ରସ୍ତୁତ, କାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଓଏଲ୍‌ ବ୍ୟୁରୋ: ଇତିହାସ ସାକ୍ଷୀ ରହିଛି। ଯେବେ ଯେବେ ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ ହୁଏ। ସେବେ କ୍ରିକେଟ ପ୍ରେମୀଙ୍କୁ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳେ। ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ହୋଇଥିଲା। ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। ପୁଣିଥରେ ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କୁ ପଡ଼ିଆରେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ବିଶ୍ବ ଚମ୍ପିଆନସିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଜୁଲାଇ ୬ ତାରିଖରେ ବର୍ମିହାମ୍‌ରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ। ଏହି ରୋମାଞ୍ଚକର ମୁକାବିଲା ଭାରତୀୟ ସମୟରେ ରାତି ୯ଟାରେ ଆରମ୍ଭ ହେବ।
ଏହି ମୁକାବିଲା ଘରେ ବସି ଆପଣ ଦେଖି ପାରିବେ। ଷ୍ଟାର ସ୍ପୋଟର୍ସ ଚ୍ୟାନେଏଲରେ ଏହି ମୁକାବିଲା ଦେଖିପାରିବେ। ସେହିପରି ଫ୍ୟାନକୋଡ ଆପ୍‌ରେ ମଧ୍ୟ ଦେଖି ପାରିବେ ମ୍ୟାଚର ସିଧାପ୍ରସାରଣ।

ବିଶ୍ବ ଚମ୍ପିଆନସିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ରେ ୬ଟି ଟିମ୍‌ ଭାଗ ନେଇଛନ୍ତି। ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆ ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ହରାଇଥିଲା। ସେହିପରି ପାକିସ୍ତାନ ୨ଟି ମ୍ୟାଚ ଖେଳିଥିବା ବେଳେ ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଛି।

ଭାରତୀୟ ଦଳ: ଯୁବରାଜ ସିଂହ, ହରଭଜନ ସିଂହ, ସୁରେଶ ରୈନା, ଇରଫାନ ପଠାନ, ରବିନ୍‌ ଉଥାପା, ଅମ୍ବାତୀ ରାୟଡୁ, ଗୁରକ୍ରିତ ମାନ, ରାହୁଲ ଶର୍ମା, ନମନ ଓଝା, ରାହୁଲ ଶୁକ୍ଳା, ଆରପି ସିଂହ, ବିନୟ କୁମାର, ଧବଳ କୁଲକର୍ଣ୍ଣୀ, ସୌରଭ ତିଓ୍ବାରୀ, ଅନୁରିତ ସିଂହ ଓ ପବନ ନେଗି

ପାକିସ୍ତାନ ଦଳ: ୟୁନିସ ଖାନ, ମିସବା ଉଲ ହକ, ଶାହିଦି ଆଫ୍ରିଦି, କାମରାନ ଅକମଲ, ଅବଦୁଲ୍ଲ ରଜାକ, ଓ୍ବାହବ ରିୟାଜ, ସଇଦ ଅଜମଲ, ସୋହେଲ ତନବୀର, ସୋହେଲ ଖାନ, ତନବୀର ଅହମଦ, ମହମ୍ମଦ ହାଫିଜ, ଆମିର ୟାସିନ, ଶୋଏମ ମଲ୍ଲିକ, ସୋହେବ ମକସୁଦ, ଶରଜୀଲ ଖାନ ଓ ଓମର ଆକମଲ

Leave A Reply

Your email address will not be published.