ସଜେଇ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର, ରଥରେ ଚାଲିଛି ଆଡ଼ପମଣ୍ଡପ ବିଜେ ନୀତି
ଓଏଲ୍ ବ୍ୟୁରୋ: ଭକ୍ତ ଆଉ ଭଗବାନଙ୍କ ଅପୂର୍ବ ମିଳନ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଛି ତିନିରଥ। ଆଉ କିଛି ସମୟ ପରେ ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ଜନ୍ମବେଦୀ ନିକଟରେ ପହଞ୍ଚିଛନ୍ତି ତିନି ଠାକୁର। ଆଡ଼ପମଣ୍ଡପକୁ ବିଜେ କରିବା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି।
ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ, ଆଉ ବାହାରିବ ଆଡ଼ପ ଅବଢ଼ା। କାଲିଠୁ ଭକ୍ତ ପାଇବେ ଆଡପ ଅବଢା। ଠାକୁରଙ୍କ ଦର୍ଶନ କରିବା ପାଇଁ ରାତି ତମାମ ଭିଡ ଲାଗି ରହିଥିବା ବେଳେ ଭୋରରୁ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି। ଏବେ ବି ରଥଦାଣ୍ଡରେ ଜନସମୁଦ୍ର ଲାଗି ରହିଛି।