Odisha Link
Bridging the Missing Links in Odisha

ତିନି ଦିଅଁଙ୍କୁ ଦେଖି ଭକ୍ତ ବିଭୋର, ଆଜି ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି

ଓଏଲ୍ ବ୍ୟୁରୋ: ଭକ୍ତ ଆଉ ଭଗବାନଙ୍କ ଅପୂର୍ବ ମିଳନ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଛି ତିନିରଥ। ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ଜନ୍ମବେଦୀ ନିକଟରେ ପହଞ୍ଚିଛନ୍ତି ତିନି ଠାକୁର। ରଥ ଉପରେ ନୀତିକାନ୍ତି ପରେ ଆଜି ଅପରାହ୍ନରେ ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି।

ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ, ଆଉ ବାହାରିବ ଆଡ଼ପ ଅବଢ଼ା। କାଲିଠୁ ଭକ୍ତ ପାଇବେ ଆଡପ ଅବଢା। ଠାକୁରଙ୍କ ଦର୍ଶନ କରିବା ପାଇଁ ରାତି ତମାମ ଭିଡ ଲାଗି ରହିଥିବା ବେଳେ ଭୋରରୁ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି। ଏବେ ବି ରଥଦାଣ୍ଡରେ ଜନସମୁଦ୍ର ଲାଗି ରହିଛି।

Leave A Reply

Your email address will not be published.