Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା; ୩ୟ ପାଳିରେ ମିଳିବ ୩ କୋଟି ଘର

ଓଏଲ୍‌ ବ୍ୟୁରୋ: ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଯାଇଛନ୍ତି। ଏହି ଗସ୍ତରେ ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି। ଯାହାକୁ ଗ୍ରହଣ କରିବା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଭାରତୀୟମାନେ ଶୀଘ୍ର ଦେଶକୁ ଫେରିବେ।

ପ୍ରଧାନମନ୍ତ୍ରୀ ମୋଦି ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଦେଇ କହିଛନ୍ତି, ୩ୟ ପାଳିରେ ୩ଟି ବଡ଼କାମ କରିବୁ। ଭାରତକୁ ବିଶ୍ବରେ ୩ୟ ଅର୍ଥଶକ୍ତି ଦେଶ କରିବାକୁ ପଡ଼ିବ। ୩ କୋଟି ଘର, ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ଭାରତ ଏଭଳି ଏକ ଦେଶ ଯେଉଁ ଲକ୍ଷ୍ୟ ନିଏ, ତାକୁ ପୂରଣ କରିଥାଏ। ଆପଣଙ୍କ ଭଳି ସାଥୀ ଥିଲେ, ଏ ଲକ୍ଷ୍ୟ ବହୁତ ଶୀଘ୍ର ପୂରଣ ହେବ। ବିଦେଶର ଲୋକ ଭାରତ ଗଲେ କହୁଛନ୍ତି ଭାରତ ବଦଳୁଛି। ସବୁ ଚାଷୀ, ମହିଳା, ଯୁବବର୍ଗ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି।

Leave A Reply

Your email address will not be published.