Odisha Link
Bridging the Missing Links in Odisha

ରତ୍ନଭଣ୍ତାର ଯାଞ୍ଚ କିମିଟିର ବଡ଼ ନିଷ୍ପତ୍ତି; ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯିବ ଅଳଙ୍କାର!

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ ଶେଷ ହୋଇଛି। ବହୁ ଅପେକ୍ଷାର ଅନ୍ତ ଘଟାଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଜୁଲାଇ ୧୪ରେ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ବଢିଛି। ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି। ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ। ଏନେଇ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ଆହୁରି ମଧ୍ୟ କହିଛନ୍ତି, ଆଜି ବୈଠକରେ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଦାଖଲ ହୋଇନି। ଅଳଙ୍କାର ଗଣତି ମଣତି ହେଉଛି ଲମ୍ବା ପ୍ରକ୍ରିୟା। ଅଳଙ୍କାର ଗଣତି ପାଇଁ ଆସିବେ ସ୍ୱତନ୍ତ୍ର ବଣିଆ। ଅସ୍ଥାୟୀ ରତ୍ନଭଣ୍ଡାରରେ ଅଳଙ୍କାର ରଖାଯିବ। ଅଳଙ୍କାର ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ ହୋଇଛି। ଚାବି ଖୋଲୁ କି ନଖୋଲୁ ରତ୍ନଭଣ୍ଡାର ଖୋଲିବ। ଯେକୌଣସି ମତେ ଖୋଲିବ ରତ୍ନଭଣ୍ଡାର। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଆଶା କରୁଛୁ ସରକାର ଅନୁମତି ଦେବେ। ଅନୁମତି ମିଳିଲେ ୧୪ରେ ରତ୍ନଭଣ୍ଡାର ଖୋଲିବ ବୋଲି ତଦାରଖ କମିଟି ଅଧ୍ୟକ୍ଷ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.