Odisha Link
Bridging the Missing Links in Odisha

କେବେ ଖୋଲିବ ରତ୍ନଭଣ୍ଡାର? ଆରମ୍ଭ ହେଲା ବୈଠକ

ଓଏଲ୍ ବ୍ୟୁରୋ: ରତ୍ନଭଣ୍ଡାର ତଦାରଖ କମିଟିର ଦ୍ଵିତୀୟ ବୈଠକ ଆରମ୍ଭ ହୋଇଛି। ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟିର ବୈଠକ ଆରମ୍ଭ ହୋଇଛି। କମିଟି ନିକଟରେ ଆଜି ଜିଲ୍ଲା ଟ୍ରେଜରୀରେ ଥିବା ରତ୍ନଭଣ୍ଡାରରେ ଡୁପ୍ଲିକେଟ ଚାବି ଦାଖଲ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଧାର୍ଯ୍ୟ ହୋଇପାରେ ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ। ଗତ ୬ ତାରିଖରେ ହୋଇଥିଲା ତଦାରଖ କମିଟିର ପ୍ରଥମ ବୈଠକ।

ତିନି ଠାକୁର ବଡ଼ଦେଉଳରୁ ରଥଯାତ୍ରାରେ ବାହାରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ତେଣୁ ଏହି ସମୟ ଭିତରେ ରତ୍ନଭଣ୍ଡାର ଖୋଲି, ଭଣ୍ଡାରରେ ଥିନା ରତ୍ନପଥର, ଅଳଙ୍କାରର ଗଣତି ମଣତି ସହ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ହେଲେ ମରାମତି କରାଯିବ। ସେନେଇ ଆଜି ହେବାକୁ ଥିବା ରୁଦ୍ଧଦ୍ୱାର ବୈଠକରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଧିକ ରହିଛି।

Leave A Reply

Your email address will not be published.