Odisha Link
Bridging the Missing Links in Odisha

ଜମ୍ମୁ-କାଶ୍ମୀରରେ ୫ ଯବାନ ସହିଦ, ଶ୍ରଦ୍ଧାସୁମନ ଅର୍ପଣ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜୁନିୟର କମିଶନ ଅଫିସର(ଜେସିଓ)ଙ୍କ ସମେତ ୫ଜଣଙ୍କ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ୫ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ରାଷ୍ଟ୍ରପତି ଶୋକ ପ୍ରକାଶ କରିବା ସହ ୫ ସହିତ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ୫ ସହିଦ ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ସେନା ଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ। ଅଧିକାରୀ ମାନେ କହିଛନ୍ତି ଯେ କାଠୁଆ ସହରଠାରୁ ୧୫୦ କିଲୋମିଟର ଦୂରରେ ଥିବା ମାଚେଡି-କିଣ୍ଡଲି-ମହ୍ଲାର ରାସ୍ତାରେ ସେନା ଗାଡି ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ସୋମବାର ଏଭଳି ଘଟଣା ଘଟିଥିଲା।

ଗତକିଛି ଦିନ ହେବ ଘାଟିରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସୋମବାର ଆକ୍ରମଣ ପୂର୍ବରୁ ଜୁନ ୧୨ ଓ ୧୩ରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସେନା। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟ ଆତଙ୍କବାଦୀମାନେ ନିକଟ ଜଙ୍ଗଲକୁ ପଳାଇ ଯାଇଥିବା ସେନା ଖବର ପାଇ ଲଗାତାର ନଜର ରଖିଥିଲା। ଏହିକ୍ରମରେ ସେନା ଗାଡିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ଆତଙ୍କବାଦୀ।

Leave A Reply

Your email address will not be published.