Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି ଡେଙ୍ଗୁ, ରାଉରକେଲା ପାଲଟିଲା ହଟ୍‌ସ୍ପଟ୍ ସହର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଉରକେଲାର ସେକ୍ଟର ୧୪ ହମିରପୁର ଅଞ୍ଚଳ ହଟସ୍ପଟ୍ ପାଲିଟିଛି। ସୁନ୍ଦରଗଡ଼ରେ ଏଯାବତ ୬୪ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି। କେବଳ ରାଉରକେଲା ସହରରେ ୫୭ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି। ଡେଙ୍ଗୁ ରୋଗୀଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନଜର ରହିଛି। ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ଡେଙ୍ଗୁ ପ୍ରବଣ ଅଞ୍ଚଳରେ ମ୍ୟାପିଂ ସହ ସର୍ବେକ୍ଷଣ ନିର୍ଦେଶ ଜାରି ହୋଇଛି। ୫ ବର୍ଷ ହେବ ଡେଙ୍ଗୁ ହଟ୍‌ସ୍ପଟ୍ ଥିବା ସ୍ଥାନକୁ ସର୍ବେକ୍ଷଣ ନିର୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

Leave A Reply

Your email address will not be published.