Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ବଡ଼ ବୟାନ; ରାଜ୍ୟର ସବୁ ସ୍ଥାନରେ ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍ ସେବା!

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି। ରାଜ୍ୟରେ ବିଜେପି ଶାସନଭାର ନେଇଥିବାବେଳେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ କସରତ ଆରମ୍ଭ ହେଲାଣି। ଏସବୁ ଭିତରେ ଲକ୍ଷ୍ମୀ ବସ୍ ସେବାକୁ ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି। ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ପରିବହନ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ନଥିଲା। ଏଥିରେ ଷ୍ଟିକର ମରା ଯାଇଥିଲା।

ଗୋଟିଏ ଦଳର ଉଦ୍ଦେଶ୍ୟକୁ ଚାରିତାର୍ଥ କରିବା ପାଇଁ, ସେମାନେ ତାଙ୍କ ଦଳର ରଙ୍ଗ ଲଗାଇଥିଲେ। ଏହାସହ ତାଙ୍କର ଦଳୀୟ ସଙ୍କେତ ମଧ୍ୟ ବସରେ ସ୍ଥାନିତ ହୋଇଥିଲା। ତାକୁ ଯେତେବେଳେ ବାହାର କରାଗଲା, ସେତେବେଳେ ପୂର୍ବରୁ ଥିବା ଷ୍ଟେଟ ଟ୍ରାନ୍ସପୋର୍ଟର ରଙ୍ଗକୁ ଲଗାଇବା ପାଇଁ ଚେଷ୍ଟା କରାଯାଇଛି।

ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀ ଆସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏବେ ସେହି ବସରେ ହିଁ ପୂର୍ବ ଓଏସଆରଟିସି ରଙ୍ଗ ଲଗାଯାଇ ପୁରୀ ଅଣାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ଥାତ ଆଗକୁ ସବୁ ବସରେ ରଙ୍ଗ ଲାଗିବ। ରଙ୍ଗ ଏକ ବିବାଦ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଏଣିକି ସବୁ ଆବଶ୍ୟକ ରୁଟରେ ବସ ଚଳାଚଳ କରିବ ବୋଲି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି।

Leave A Reply

Your email address will not be published.