ପିଏମ୍ ଆବାସକୁ ନେଇ ବଡ଼ ଖବର, ପ୍ରଥମ କିସ୍ତିରେ ମିଳିବ ୫ ଲକ୍ଷ ଘର
ଓଏଲ୍ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଂଚାୟତିରାଜ ମନ୍ତ୍ରୀ ବଡ଼ ବୟାନ ରଖିଛନ୍ତି। ମନ୍ତ୍ରୀ ରବି ନାୟକ କହିଛନ୍ତି, ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ପ୍ରଥମ କିସ୍ତିରେ ୫ ଲକ୍ଷ ଘର ରାଜ୍ୟକୁ ଆସିବ। ଏନେଇ ଚିଠା ପ୍ରାୟ ପ୍ରସ୍ତୁତ ହୋଇ ସାରିଛି। ଘରେ ବାପା ଓ ଦୁଇ ପୁଅ ଥିଲେ, ଯଦି ସେମାନେ ଅଲଗା ରହୁଥିବେ ତାଙ୍କୁ ମଧ୍ୟ ଘର ଦେବାକୁ ସରକାର ଯୋଜନା କରୁଛନ୍ତି।
ସୂଚନା ଅନୁସାରେ, ଭାରତୀୟ ଜନତା ପାର୍ଟି ତାର ସଂକଳ୍ପ ପତ୍ରରେ ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାକୁ ଉଲ୍ଲେଖ କରିଥିଲା। ଓଡ଼ିଶାର ଏସିସିସି ତାଲିକାରେ ୧ ଲକ୍ଷ ୨୦ ହଜାର ରହିଥିବା ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ତରଫରୁ ପ୍ରଥମ କିସ୍ତିରେ ରାଜ୍ୟକୁ ୫ ଲକ୍ଷ ଘର ମିଳିଛି। ଆଗାମୀ ଦିନରେ ଏହି ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ଏବେ କିଛି ଲୋକ ବିଡ଼ିଓଙ୍କୁ ଦରଖାସ୍ତ ଦେଇଛନ୍ତି, ଆଉ କିଛି ଲୋକ ଅନଲାଇନରେ ଆବେଦନ କରିଛନ୍ତି। ତାକୁ ସଂକଳନ ଚାଲିଛି। ଯଦି ଏହା ୧୫ ଲକ୍ଷରୁ ଅଧିକ ହୁଏ ତେବେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।