ମାତିଛନ୍ତି ସାଇବର ଲୁଟେରା, ସାବଧାନ ରହିବାକୁ ପୁଲିସ କମିଶନରଙ୍କ ଅପିଲ୍
ଓଏଲ୍ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ସାଇବର ଠକକୁ ନେଇ ପୁଲିସ କମିଶନର ସତର୍କ କରାଇଛନ୍ତି ।
https://x.com/cybercopodisha/status/1811011714864849113
ସୂଚନା ଅନୁସାରେ, ଜାନୁଆରୀରୁ ଜୁନ ମଧ୍ୟରେ ୩୬କୋଟି ଠକେଇ ହୋଇଛି। ସାଇବର ଥାନାରେ ୨୩୯୪ଟି ରିପୋର୍ଟ ହୋଇଛି। ସାଇବର ଠକଙ୍କ ୯ କୋଟି ୫୦ ଲକ୍ଷ ଫ୍ରିଜ୍ ହୋଇଛି। ୪୬ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ ହୋଇଛି। ୨ ଜଣ ଆନ୍ତଃରାଜ୍ୟ ଠକଙ୍କ ସହ ୨୧ ଜଣ ଗିରଫ। ଦୁଇଟି ତରିକାରେ ଠକେଇ ଅଭିଯୋଗ ବଢ଼ିଛି। ଡିଜିଟାଲ୍ ଆରେଷ୍ଟ ନାଁରେ ଅଧିକ ମାମଲା ରୁଜୁ ହୋଇଛି। ଇନଭେଷ୍ଟ ଫ୍ରଡ୍ ନାଁରେ ମଧ୍ୟ ଲୋକଙ୍କୁ ଠକୁଛନ୍ତି। ୧୯୩୦ରେ କଲ କରିବାକୁ ପୁଲିସ କମିଶନର ଅପିଲ କରିଛନ୍ତି।