Odisha Link
Bridging the Missing Links in Odisha

ଆସାମରେ ବନ୍ୟାର ବିତ୍ପାତ, ଗଲାଣି ୮୦ରୁ ଅଧିକ ଜୀବନ

ଓଏଲ୍‌ ବ୍ୟୁରୋ: ଉତ୍ତର ପୂର୍ବାଞ୍ଚଳରେ ବନ୍ୟା, ତୋଫାନ, ଓ ଭୁସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ନେଲାଣି ଅନେକ ଜୀବନ। ପ୍ରାୟ ୮୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଲୋକଙ୍କର ସନ୍ଧାନ ମିଳୁ ନାହିଁ। ଆକଳନ ଅନୁଯାୟୀ କେବଳ ବନ୍ୟାରେ ହିଁ ୫୨ ଲୋକଙ୍କର ଜୀବନ ଯାଇଥିବା ବେଳେ ଭୁସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

ଆସାମର ୬.୪୮ ଲକ୍ଷ ଲୋକ ବସବାସ କରୁଥିବା ଧୁବରୀ ଜିଲ୍ଲା ହେଉଛି ସବୁଠାରୁ ଅଧିକ ବନ୍ୟା ପ୍ରଭାବିତ। ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି। ରାଜ୍ୟର ୨୯ ଜିଲ୍ଲାର ପ୍ରାୟ ୨୨ ଲକ୍ଷ ଲୋକ ବନ୍ୟାର ପ୍ରକୋପରେ ପିଡିତ ହୋଇଥିବା ରିପୋର୍ଟରେ ପ୍ରକାଶିତ ହୋଇଛି।

Leave A Reply

Your email address will not be published.