Odisha Link
Bridging the Missing Links in Odisha

ଆଜି ନିଟ୍ ୟୁଜି ପରୀକ୍ଷାର ଶୁଣାଣି, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଏନ୍‌ଟିଏ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ଏସବୁ ଭିତରେ ନିଟ୍ ୟୁଜି ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। କେନ୍ଦ୍ର ସରକାର ଓ ଏନ୍‌ଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଉଲ୍ଲେଖ ହୋଇଛି। ଆଜି ସୁପ୍ରିମକୋର୍ଟରେ ନିଟ୍ ୟୁଜି ପରୀକ୍ଷାର ଶୁଣାଣି କରାଯିବ।

ସୂଚନା ଅନୁସାରେ, ନିଟ୍‌ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବିବାଦ ଲାଗି ରହିଛି। ନିଟ୍‌ ପ୍ରଶ୍ନ ପତ୍ର ଲିକ୍‌ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଏଲ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ପେପର ଲିକ୍‌ ଏବଂ ଅନିୟମିତତା ମାମଲାରେ ଏନଟିଏକୁ ଜବାବ ମାଗିଥିଲେ ସୁପ୍ରିମକୋର୍ଟ। ସାମାନ୍ୟ ଦାୟିତ୍ୱହୀନତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ।

Leave A Reply

Your email address will not be published.