Odisha Link
Bridging the Missing Links in Odisha

ବିମାନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ସାଉଦି ଏୟାରଲାଇନରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ ହୋଇଛି। ତେବେ ସାଉଦି ଏୟାରଲାଇନରେ ଅଗ୍ନିକାଣ୍ଡ ନେଇ ବିବୃତ୍ତି ଜାରି କରାଯାଇଛି। SV792 ବିମାନରେ ରିୟାଦରୁ ପେଶୱାର ଅଭିମୁଖେ ଯାତ୍ରା କରୁଥିବା ବିମାନଟି ପାକିସ୍ଥାନର ପେଶୱାର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଗୋଟିଏ ଟାୟାରରୁ ଧୂଆଁ ବାହାରୁଥିବାର ଜଣାପଡିଥିଲା। ଏହା ପରେ ବିମାନ ଯାତ୍ରାକୁ ତୁରନ୍ତ ବନ୍ଦ କରାଯାଇଥିଲା ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ସମସ୍ତ ଅତିଥି ଏବଂ କର୍ମଚାରୀଙ୍କୁ ନିରାପତ୍ତା ସ୍ଲାଇଡ୍ ମାଧ୍ୟମରେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.