ସରକାରଙ୍କୁ ନିବେଦନ କଲେ ସହିଦଙ୍କ ମାଆ, କହିଲେ-ବନ୍ଦ ହେଉ ଅଗ୍ନିବୀର ଯୋଜନା

ଓଏଲ୍ ବ୍ୟୁରୋ: ସିଆଚିନରେ ସହିଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ସ୍ମୃତି ସିଂହ ଏବଂ ମାଆ ମଞ୍ଜୁ ସିଂହଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ଏହି ସମୟର ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା। ଲୋକେ ସ୍ମୃତି ସିଂହଙ୍କ ସାହସ ଏବଂ ବେଦନା ଉଭୟ କଥା ଉଲ୍ଲେଖ କରୁଛନ୍ତି। ଏସବୁ ଭିତରେ ଚର୍ଚାକୁ ଆସିଛି ସହିଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କ ମାଆ ମଞ୍ଜୁ ସିଂହ ନିବେଦନ। ସରକାରଙ୍କ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କ ମାଆ ମଞ୍ଜୁ ସିଂହ ନିବେଦନ କରିଛନ୍ତି । ସେ କହିଛନ୍ତି, ମୁଁ ସରକାରଙ୍କୁ ହାତ ଯୋଡି ନିବେଦନ କରୁଛି, ଅଗ୍ନିବୀର ଯୋଜନାକୁ ବନ୍ଦ କରନ୍ତୁ। ଏହା ୪ ବର୍ଷ ପାଇଁ ଯାହା ଏକ ଯବାନ ଠିକ ନୁହେଁ ।