ମହଙ୍ଗା ମାଡ଼, ଆକାଶଛୁଆଁ ପନିପରିବା ଦର
ଓଏଲ୍ ବ୍ୟୁରୋ: ଦିନକୁ ଦିନ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଆକାଶଛୁଆଁ ହୋଇଛି ପନିପରିବା ରେଟ୍। ଏବେ କିଣିବାକୁ ଡରିଲେଣି ଖାଉଟି। ଆଳୁ କେଜି ୩୫କୁ ପିଆଜ କେଜି ୪୦ ଟଙ୍କା। ଅଧିକାଂଶ କଞ୍ଚା ପରିବା ୮୦ ଟଙ୍କା ଉପରେ, ଏଭଳି ସ୍ଥିତିରେ କଣ ଖାଇବେ କଣ ଖାଇବେନି ଚିନ୍ତାରେ ସାଧାରଣ ଲୋକ।
ଦର ନିୟନ୍ତ୍ରଣ କରିବାକୁ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଲୋକେ କହିଥିବା ବେଳେ କଟକ ଛତ୍ର ବଜାର ବ୍ୟବସାୟୀ ସଂଘ କହିଛି ଅଧିକାଂଶ ସାମଗ୍ରୀ ଅନ୍ୟ ରାଜ୍ୟରୁ ଆସୁଛି,ସେହି ଅନୁସାରେ ବିକ୍ରୀ ହେଉଛି। ସାମଗ୍ରୀ ଗଛିତ ହେଉନାହିଁ କି କଳାବଜାରୀ ବି ହେଉନାହିଁ। ଆଳୁ, ପିଆଜ ଠାରୁ ପନିପରିବା ସବୁର ଅକାଶଛୁଆଁ । ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ। ଯାହାକୁ ହାତ ମାରିଲେ କରେଣ୍ଟ ଭଳି ଲାଗୁଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।