Odisha Link
Bridging the Missing Links in Odisha

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା, ଏଣିକି ମିଳିବ ୧୦ ପ୍ରତିଶତ ସଂରକ୍ଷଣ

ଓଏଲ୍‌ ବ୍ୟୁରୋ: ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ବିଏସଏଫ, ସିଆଇଏସଏଫ ଏବଂ ଆରପିଏଫରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ଏହାସହିତ କନଷ୍ଟେବଳ ପାଇଁ ମଧ୍ୟ କୋହଳ ସୁବିଧା ମିଳିବ। ଏହାସହିତ ବୟସ ଓ ଶାରୀରିକ ପରୀକ୍ଷାରେ ମଧ୍ୟ କୋହଳ ସୁବିଧା ମିଳିବ। ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% କନଷ୍ଟେବଳ ପଦବୀ ସଂରକ୍ଷିତ ରହିବ ବୋଲି ସୂଚନା ମିଳିଛି। ସେନାରେ ୪ବର୍ଷ ପୂରଣ ପରେ କେନ୍ଦ୍ରୀୟ ସୁରକ୍ଷା ପୋଲିସ ବଳରେ ଚାକିରି ପାଇପାରିବେ ଅଗ୍ନିବୀର। ଏଥିସହ ତାଙ୍କୁ ଫିଜିକାଲ୍ ଟେଷ୍ଟରେ ମଧ୍ୟ ସୁବିଧା ମିଳିବ ବୋଲି ଗୃହ ମନ୍ତ୍ରାଳୟ ତରଫରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପୂର୍ବ ଅଗ୍ନିବୀରଙ୍କୁ ସିଆଇଏସଏଫ, ବିଏସଏଫରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏହା ବ୍ୟତୀତ ସେମାନଙ୍କୁ ଫିଜିକାଲ ଟେଷ୍ଟ ମଧ୍ୟ ଦେବାକୁ ପଡିବନି। ବିଏସଏଫ ଡିଜି ନିତିନ ଅଗ୍ରୱାଲ ଏବଂ ସିଆଇଏସଏଫ ଡିଜି ମୀନା ସିଂ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୨୦୨୨ ଜୁନ ୧୮ରେ ଗୃହ ମନ୍ତ୍ରାଳୟ ନୋଟିଫିକେସନ ଜାରି କରି ସିଏପିଏଫ ଏବଂ ଆସାମ ରାଇଫଲ ଭର୍ତି ପାଇଁ ପୂର୍ବ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତି ନେଇଥିଲେ। ସିଏପିଏଫ ଅଧିନରେ ବିଏସଏଫ, ସିଆରପିଏଫ, ଆଇଟିବିପି, ଏସଏସବି ଏବଂ ସିଆଇଆସଏଫ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.