Odisha Link
Bridging the Missing Links in Odisha

କାୟା ମେଲାଉଛି ଡେଙ୍ଗୁ, ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ। ଡେଙ୍ଗୁ ସ୍ଥିତି ଗତବର୍ଷ ତୁଳନାରେ ଦୁଇ ଗୁଣା ବୃଦ୍ଧି ପାଇଛି। ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି। ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଜାରି ହୋଇଛି।

ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢିଛି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାଇଲେବଲ ମିଟିଂ ହୋଇଥିଲା। ସବୁ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ। ସବୁ ବିଭାଗକୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି। ମଶା ବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ମାନେ ପିଲାଙ୍କୁ ସଚେତନ କରିବାକୁ କୁହାଯାଇଛି। ହଷ୍ଟେଲରେ ମଶାରୀ ଟାଙ୍ଗି ଶୋଇବାକୁ କୁହାଯାଇଛି।

Leave A Reply

Your email address will not be published.