Odisha Link
Bridging the Missing Links in Odisha

ସମୀର ଦେ ଫୁଟବଲ ଆସୋସିଏସନର ନୂଆ ସଭାପତି

ଓଏଲ୍‌ ବ୍ୟୁରୋ: ବିଜେପି ନେତା ସମୀର ଦେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ଵପରି ଆଶୀର୍ବାଦ ବେହେରା ଫାଓର ସମ୍ପାଦକ ହୋଇଛନ୍ତି। ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ଥିବାବେଳେ ଜଣେ ମାତ୍ର ପ୍ରାର୍ଥୀ ଥିବାରୁ ନିର୍ବାଚନ ପୂର୍ଵରୁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଦେବାଶିଷ ସାମନ୍ତରାୟ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ସଭାପତି ଥିଲେ।

ସୂଚନା ଅନୁସାରେ, ଜୁଲାଇ ୯ ତାରିଖରେ ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶାର ସଭାପତି ପଦରୁ ଇସ୍ତଫା ଦେଇଥିଲେ ସାଂସଦ ଦେବାଶିଷ ସାମନ୍ତରାୟ। ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ‘ଏକ୍ସ’ରେ ସୂଚନା ଦେଇଥିଲେ। ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ନେଇ ଦେବାଶିଷ ସାମନ୍ତରାୟ ସୂଚନା ଦେଇଥିଲେ। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି ସମ୍ପାଦକଙ୍କୁ ଲେଖିଥିଲେ।

Leave A Reply

Your email address will not be published.