Odisha Link
Bridging the Missing Links in Odisha

ବିଜେଡି ପରାଜୟର କାରଣ କହିଲେ ବରିଷ୍ଠ ନେତା

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ଏସବୁ ଭିତରେ ବିଜେଡି ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ନୃସିଂହ ସାହୁ। ସେ କହିଛନ୍ତି, ବିଜେଡି ହିଁ ବିଜେଡିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ। ବହୁତ କ୍ଷେତ୍ରରେ ବିଜେଡି ଲୋକ ବିଜେଡିକୁ ହରାଇଛନ୍ତି। ଭୋଟ୍‌ ପଛରେ ନଲାଗି ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ।

ଜିତିଛୁ, ଜିତିବୁ, ଓଭର କନ୍‌ଫିଡେଣ୍ଟ ପାଇଁ ଢିଲା ହୋଇଗଲେ। ଅନେକ କ୍ଷେତ୍ରରେ ବିଜେଡ଼ି ଲୋକ ବିଜେଡ଼ିକୁ ହିଁ ହରାଇବାକୁ ଲାଗିଥିଲେ। ଭୋଟ ପଛରେ ନ ଲାଗି ସେମାନେ ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ। କିନ୍ତୁ ବିଜେପି କର୍ମୀ ତାଙ୍କ ପ୍ରାର୍ଥୀ ପଛରେ ରହିଲେ। ତେବେ ଅନ୍ୟ ଏକ ଫ୍ୟାକ୍ଟର କଥା ଉଠାଇ ନୃସିଂହ କହିଛନ୍ତି କି ବେଶୀ ଦିନ କ୍ଷମତାରେ ରହିଲେ ଟିକେ ଅଳସୁଆ, ମନମୁଖୀ, ଦିଗହରା, ଖାମ୍ ଖିଆଲ ହେଇଯାଆନ୍ତି। ଓଭର କନଫିଡେନ୍ସ ପାଇଁ ଢିଲା ହେଇଗଲେ, ତେଣୁ ହାରିଲେ ବୋଲି ନୃସିଂହ ସାହୁ ବିସ୍ଫୋରକ ବୟାନ ଦେଇଛନ୍ତି।

Leave A Reply

Your email address will not be published.