Odisha Link
Bridging the Missing Links in Odisha

ସରିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ, ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ଆସୁଛି ରାଜ୍ୟ ବଜେଟ୍। ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ୨୦୨୪-୨୦୨୫ ମସିହା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ପରାମର୍ଶ ସଭା ଅନୁଷ୍ଠିତ ହୋଇଛି। ପ୍ରାକ ବଜେଟ ଶେଷ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ସାଧାରଣ ଜନତାଙ୍କ ମତାମତକୁ ଆଖିରେ ରଖି ଏହି ବଜେଟ କରାଯାଇଛି। ୨୦୨୪ ଆର୍ଥିକ ବଜେଟ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ କରାଯିବ। ଆମର ବଜେଟ ବାସ୍ତବିକ ଲୋକଙ୍କର ବଜେଟ ହୋଇ ଉପସ୍ଥାପନ ହୋଇପାରିବ। ସମସ୍ତଙ୍କର ଆଶାକୁ ପ୍ରତିଫଳିତ କରିପାରିବ ସେଥିପାଇଁ ଏ ଉଦ୍ୟମ ଜାରି ରହିଛି। ଏଥିପାଇଁ ଅନଲାଇନ ମାଧ୍ୟମରେ ମଧ୍ୟ ମତାମତ ଲୋଡାଯାଇଛି। ମତାମତ ଲୋଡିବା ପରେ, ସମସ୍ତେ ଅତି ସୁଖଦ ଭାବରେ ମତାମତ ଆସିଛି ଲୋକ ଏଥିରେ ୧୨ ହଜାରରୁ ଅଧିକ ଲୋକ ମତାମତ ଦେଇଛନ୍ତି। ବିଭିନ୍ନ ବର୍ଗର ଲୋକେ ନିଜ ନିଜର ମତାମତ ଦେଇଛନ୍ତି। ୨୬ଜଣ ମୂଲ୍ୟବାନ ପ୍ରସ୍ତାବ ଦେଇଛନ୍ତି। ଆଗାମୀ ବଜେଟ୍ ଓଡ଼ିଶା ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.