Odisha Link
Bridging the Missing Links in Odisha

ସମୀର ଦେ’ଙ୍କ ଦାବି, ଓସିଏରୁ ଇସ୍ତଫା ଦିଅନ୍ତୁ ବବି

ଓଏଲ୍‌ ବ୍ୟୁରୋ: ବିଜେପି ନେତା ସମୀର ଦେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ଵପରି ଆଶୀର୍ବାଦ ବେହେରା ଫାଓର ସମ୍ପାଦକ ହୋଇଛନ୍ତି। ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ଥିବାବେଳେ ଜଣେ ମାତ୍ର ପ୍ରାର୍ଥୀ ଥିବାରୁ ନିର୍ବାଚନ ପୂର୍ଵରୁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଦେବାଶିଷ ସାମନ୍ତରାୟ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ସଭାପତି ଥିଲେ।

ବିଜେପି ନେତା ସମୀର ଦେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିର୍ବାଚିତ ହେବା ପରେ ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍। ଓସିଏ କିମ୍ବା କ୍ରୀଡ଼ାର ବବି ଦାସ କିଛି ଉନ୍ନତି କରିନାହାନ୍ତି। କେବଳ ନିଜର ଫାଇଦା ପାଇଁ ସେ ଓସିଏରେ ଅଛନ୍ତି। କ୍ରିକେଟରେ ବି ପରିବର୍ତ୍ତନର ଆବଶ୍ୟକତା ଅଛି। ପୂର୍ବ ସରକାର ବିଭିନ୍ନ କ୍ରୀଡ଼ା ସଂଗଠନକୁ କବ୍‌ଜା କରିଥିଲା। କ୍ରୀଡ଼ାର ଉନ୍ନତି ନ କରି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିଲା। କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବଡ଼ ବଡ଼ ଦୁର୍ନୀତିରେ ଆଇଇଏସଙ୍କ ହାତ ଅଛି। ଏ ସରକାର ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସମୀର ଦେ କହିଛନ୍ତି।

Leave A Reply

Your email address will not be published.