କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜୁନ୍ ୨୫ରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’
ଓଏଲ୍ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଦେଶରେ ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ସେ ଘୋଷଣା କରିଛନ୍ତି। ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବାରୁ ଏହିଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏଣିକି ପ୍ରତିବର୍ଷ ଜୁନ୍ ୨୫ରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ ରୂପେ ପାଳନ କରାଯିବ। ସମ୍ବିଧାନ ହତ୍ୟା ଦିବସ ପାଳନ ନେଇ କେନ୍ଦ୍ର ସରକାର ଅଧୁସୂଚନା ଜାରି କରିଛନ୍ତି। ସମ୍ବିଧାନ ହତ୍ୟା ଦିବସ ନେଇ `X’ରେ ପୋଷ୍ଟ କଲେ ଗୃହମନ୍ତ୍ରୀ ଅମିତ ଶାହ। ଜରୁରୀକାଳୀନ ପରିସ୍ଥିତି ଜାରି ବେଳେ ଲୋକତନ୍ତ୍ରର ହତ୍ୟା ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଅକାରଣରେ ଜେଲ୍ରେ ଭର୍ତ୍ତି କରାଯାଇଥିଲା।