Odisha Link
Bridging the Missing Links in Odisha

୭ଟି ରାଜ୍ୟର ଉପନିର୍ବାଚନ ଫଳାଫଳ; ଚାଲିଛି ଭୋଟ୍ ଗଣତି

ଓଏଲ୍‌ ବ୍ୟୁରୋ: ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବାବେଳେ ଭୋଟ୍ ଗଣତି ଚାଲିଛି। ୨୦୨୪ ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ। ଅନେକ ବରିଷ୍ଠ ଏବଂ ନବାଗତଙ୍କର ଏହି ଉପନିର୍ବାଚନ ଭାଗ୍ୟଫଳ ନିର୍ଦ୍ଧାରଣ ଚାଲିଛି। ୧୩ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ୍ ଗଣତି। ହିମାଚଳ ପ୍ରଦେଶରେ ଆଗରେ ଚାଲିଛି କଂଗ୍ରେସ। ପଶ୍ଚିମବଙ୍ଗରେ ଆଗରେ ଅଛି ଶାସକ ଦଳ ଟିଏମସି। ପଞ୍ଜାବରେ ବି ଆଗରେ ଚାଲିଛି ଶାସକ ଦଳ ଆପ। ଏଥିସହ ଲୋକସଭା ନିର୍ବାଚନ ପରେ ଏହା ଶାସକ ଏନ୍‌ଡିଏ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ପ୍ରଥମ ଲଢ଼େଇ।

ବିହାରର ରୁପୌଲି, ପଶ୍ଚିମବଙ୍ଗର ରାୟଗଞ୍ଜ, ରାଣାଘାଟ ଦକ୍ଷିଣ, ବାଗଦାହ ଏବଂ ମାଣିକତାଲା, ତାମିଲନାଡ଼ୁର ବିକ୍ରବଣ୍ଡି, ମଧ୍ୟପ୍ରଦେଶର ଅମରୱାଡ଼ା, ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ମଙ୍ଗଲୌର, ପଂଜାବର ଜଲନ୍ଧର ପଶ୍ଚିମ ଏବଂ ହିମାଚଳପ୍ରଦେଶରେ‌ ଦେହରା, ହମିରପୁର ଏବଂ ନାଲାଗଡ଼ରେ ଭୋଟ ଗଣତି ଚାଲିଛି। ପଶ୍ଚିମବଙ୍ଗର ୪ ବିଧାନସଭା ଆସନରେ ୬୨.୭୧ ପ୍ରତିଶତ ମତଦାନ ହୋଇଛି।

ସେହିପରି ହିମାଚଳପ୍ରଦେଶରେ ୩ଟି ବିଧାନସଭା ଆସନରୁ ୬୩ରୁ ୭୫ ପ୍ରତିଶତ ମଧ୍ୟରେ ମତଦାନ ହୋଇଛି। ନାଲାଗଢ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ୭୫.୨୨ ପ୍ରତିଶତ ମତଦାନ ହୋଇଥିବା ବେଳେ ହମିରପୁରରେ ୬୫.୭୮ ପ୍ରତିଶତ ଏବଂ ଦେହରାରେ ୬୩.୮୯ ପ୍ରତିଶତ ମତଦାନ ହୋଇଛି। ମଧ୍ୟପ୍ରଦେଶର ଅମରୱାଡ଼ାରେ ସର୍ବାଧିକ ୭୮.୩୮ ପ୍ରତିଶତ ମତଦାନ ହୋଇଛି। ବିହାରର ରୂପୌଲିରେ ୫୧.୧୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.