Odisha Link
Bridging the Missing Links in Odisha

ଷ୍ଟାର୍ଟଅପ୍‌ ଓଡ଼ିଶା: ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ସାରିଛି। ବିଭିନ୍ନ ଯୋଜନା ଆଉ ଅଧିକାରୀଙ୍କ ଆସନକୁ ଅନେକ ଚର୍ଚ୍ଚା ହେଉଥିବାବେଳେ ରାଜ୍ୟ ସରକାର ଷ୍ଟାର୍ଟଅପ୍‌ ଓଡ଼ିଶା ଅଧିକାରୀଙ୍କ ଆର୍ଥିକ କ୍ଷମତା କାଟଛାଣ୍ଟ କରିଛନ୍ତି।

ଆର୍ଥିକ କ୍ଷମତା ନେଇ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବ ସରକାରର ସମସ୍ତ ନିର୍ଦ୍ଦେଶନାମାକୁ ରଦ୍ଦ କରି ନୂଆ ବିଜ୍ଞପ୍ତି ଜାରି ହୋଇଛି । ଉପଦେଷ୍ଟା, ଆଉଟସୋର୍ସିଂ ଷ୍ଟାଫ୍‌, ନିର୍ମାଣ କାର୍ଯ୍ୟ ଆଦି ପାଇଁ କ୍ଷମତା ନିର୍ଦ୍ଧାରିତ ହୋଇଛି। ଷ୍ଟାର୍ଟଅପ୍‌ ଓଡ଼ିଶା ନିର୍ବାହୀ ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତା ସର୍ବାଧିକ ୧ କୋଟି କରାଯାଇଛି। ଷ୍ଟାର୍ଟଅପ୍‌ ଓଡ଼ିଶା ନିର୍ଦ୍ଦେଶକ ମଣ୍ଡଳିଙ୍କ କ୍ଷମତା ସର୍ବାଧିକ ୧୦ କୋଟି ରଖାଯାଇଛି। ତେବେ ଖର୍ଚ୍ଚ ବଜେଟ ଅନୁଯାୟୀ ଓ ସରକାରୀ ନିୟମ ଅନୁପାଳନ ଜରୁରୀ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.