ଭୁବନେଶ୍ବରରେ ଦୀକ୍ଷାନ୍ତ ସମାରୋହ, ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଉପ-ଆରକ୍ଷୀ ନିରୀକ୍ଷକ ପ୍ରଶିକ୍ଷାର୍ଥୀଙ୍କ ‘ଦୀକ୍ଷାନ୍ତ ସମାରୋହ’ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁଲିସ ଏକାଡେମୀର ଦ୍ୱିତୀୟ ବ୍ୟାଚର ସମାରୋହ ପରେଡରେ ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ। ଟ୍ରେନିଂ ନେଇଥିବା ୧୧୩ ସବଇନ୍ସପେକ୍ଟରଙ୍କ ସମାରୋହ ଅନୁଷ୍ଠିତ ହୋଇଛି।