Odisha Link
Bridging the Missing Links in Odisha

ରାସନ ଦୁର୍ନୀତି ନେଇ ମନ୍ତ୍ରୀଙ୍କ ଚେତାବନୀ, ଖାଉଟିଙ୍କୁ ଖରାପ ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଓଏଲ୍‌ ବ୍ୟୁରୋ: ରାସନ ଦୁର୍ନୀତି ନେଇ ବିବାଦ ବଢ଼ିବାରେ ଲାଗିଛି। ଏସବୁ ଭିତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଡିଲରଙ୍କୁ ଚେତାବନୀ ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଡିଲରମାନଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି। ୨୪ ବର୍ଷ ହେଲାଣି ସେମାନେ ଡ଼ିଲର ହୋଇ ଅଏସ କରୁଛନ୍ତି। ସେମାନେ ପୂର୍ବର ଥିବା ବସ୍ ପାଇଁ ଏମିତି ବ୍ୟବହାର କରୁଛନ୍ତି। ତାଙ୍କର ସେ ବସ୍ ଆଉ ନାହାନ୍ତି।

ଯେଉଁ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ତାଙ୍କୁ ବାହାର କରି ନୂଆ ଡିଲର ଦିଆଯିବ। ଆମେ ଚାହୁଁଛୁ ଭଲ ଖାଉଟିଙ୍କୁ ବ୍ୟବହାର ସହ କ୍ୱାଲିଟି ଓ କ୍ବାଣ୍ଟିଟି ରହୁ। ପରିମାଣ କମ ରହିଲେ କଞ୍ଜ୍ୟୁମର ଆକ୍ଟ ଆନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନଙ୍କୁ ଫାଇନ ସହ ଜେଲ ମଧ୍ୟ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.