ରଥରେ ବିଜେ ହେଲେ ଦେବୀ ସୁଭଦ୍ରା

ଓଏଲ୍ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଅପେକ୍ଷା କରିଛି ଶ୍ରୀମନ୍ଦିର। ନିର୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ ହେଲେ ଶ୍ରୀସୁଦର୍ଶନ। ଜନ୍ମବେଦୀରେ ଲୀଳାଖେଳା ସରିଛି। ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯାଉଛି। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ସମଗ୍ର ପରିବେଶ। ଆଧ୍ୟାତ୍ମିକ ପରିବେଶରେ ଜନସମୁଦ୍ର ସୃଷ୍ଟି ହୋଇଛି। ରଥରେ ବିଜେ ହେଲେ ଦେବୀ ସୁଭଦ୍ରା।