Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ, ଗଡ଼ିଲା ନନ୍ଦିଘୋଷ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଅପେକ୍ଷା କରିଛି ଶ୍ରୀମନ୍ଦିର। ଆରମ୍ଭ ହେଲା ରଥଟଣା। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ। ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ। ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାପ୍ରଭୁ। ନିର୍ଧାରିତ ସମୟ ପୂର୍ବରୁ ପହଣ୍ଡି କରାଯାଇଥିବାବେଳେ ରଥଟଣା ଆରମ୍ଭ ହୋଇଛି।

ପ୍ରଥମେ ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ ହୋଇଥିଲେ ଶ୍ରୀସୁଦର୍ଶନ। ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯାଇଛି। ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଛନ୍ତି। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ସମଗ୍ର ପରିବେଶ। ଆଧ୍ୟାତ୍ମିକ ପରିବେଶରେ ଜନସମୁଦ୍ର ସୃଷ୍ଟି ହୋଇଛି। ତିନି ରଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜା। ଗଜପତି ମହାରାଜାଙ୍କ ଛେରାପହଁରା ପରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ହୋଇଛି। ଶେଷରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି।

Leave A Reply

Your email address will not be published.