Odisha Link
Bridging the Missing Links in Odisha

ଅଡ଼ୁଆରେ ଇମ୍ରାନ୍‌ ଖାନଙ୍କ ପିଟିଆଇ ଦଳ, ପାକିସ୍ତାନ ସରକାର ନେଲେ ଏଭଳି ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ପୁଣିଥରେ ଅଡ଼ୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ। ପାକିସ୍ତାନ ସରକାର ଇମ୍ରାନ୍‌ ଖାନଙ୍କ ପାର୍ଟି ପିଟିଆଇ ଉପରେ କଟକଣା ଲଗେଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲାହ ତରାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନର ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନଙ୍କ ଦଳ ପାକିସ୍ତାନ ତହରିକ-ଏ-ଇଂସାଫକୁ ଦେଶ ବିରୋଧୀ ଗତିବିଧି ଅଭିଯୋଗ ଦର୍ଶାଇ ପ୍ରତିବନ୍ଧକ ଲଗାଯାଇଛି।

ଅପରପକ୍ଷେ ତରାରଙ୍କ ପ୍ରତିକ୍ରିୟା ପରେ ପାଲଟା ଉତ୍ତର ରଖିଛି ପିଟିଆଇ। ଇମ୍ରାନ ଖାନଙ୍କ ପ୍ରବକ୍ତା ନଇମ ହୈଦର ପଞ୍ଜୁଥା ତରାରଙ୍କ ସାମ୍ବାଦିକ ସମ୍ମିଳନୀର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାରଙ୍କ ପାଖରେ ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅଧିକାର ନାହିଁ। ସେ ଆହୁରି କହିଛନ୍ତି, ପିଟିଆଇ ଦଳ ଦେଶ ବିରୋଧରେ ନୁହେଁ ବରଂ କିଛି ଅସାଧୁ ବ୍ୟକ୍ତି ବିଶେଷଙ୍କ ନୀତିର ବିପକ୍ଷରେ ରହିଛି। ପାକିସ୍ତାନର ସ୍ବାଧୀନତା ଓ ସଶକ୍ତ ପାକ୍‌ ପାଇଁ ଆଜି ଜେଲ୍‌ରେ ଦିନ କାଟୁଛନ୍ତି ଇମ୍ରାନ୍‌ ଖାନ।

ସୂଚନାଥାଉକି, ରବିବାର ଦିନ ପାକିସ୍ତାନର ଏକ କୋର୍ଟ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଓ ତାଙ୍କ ପତ୍ନୀ ବୁଶାରା ବିବିଙ୍କୁ କଥିତ ଭ୍ରଷ୍ଟାଚାରର ଏକ ନୂଆ ମାମଲାରେ ୮ ଦିନିଆ ହେପାଜତକୁ ପଠାଇଛନ୍ତି।

Leave A Reply

Your email address will not be published.