୧୨ ବର୍ଷ ପରେ ୟୁରୋ କପ୍ ଜିତିଲା ସ୍ପେନ୍, ୪ର୍ଥ ଥର ସ୍ପେନ୍ ଜିତି ରଚିଲା ଇତିହାସ

ଓଏଲ୍ ବ୍ୟୁରୋ: ୟୁରୋ କପ୍ ୨୦୨୪ ଫାଇନାଲରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ସ୍ପେନ୍। ଚଳିତ ୟୁରୋ କପ୍ର ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୨-୧ରେ ହରାଇ ଟ୍ରଫି ହାତେଇଛି ସ୍ପେନ୍। ୪ର୍ଥ ଥର ପାଇଁ ୟୁରୋ କପ୍ ଟାଇଟଲ ହାସଲ କରିଛି ସ୍ପେନ୍। ରୋମାଞ୍ଚଭରା ମ୍ୟାଚରେ ଶେଷ ସମୟରେ ସ୍ପେନ୍ ଗୋଲ୍ ଦେଇ ବାଜି ମାରିଥିଲା।
ମ୍ୟାଚର ପ୍ରଥମ ହାଫ୍ରେ ଉଭୟ ଇଂଲଣ୍ଡ-ସ୍ପେନ୍ ଗୋଲ୍ କରିବାରେ ସକ୍ଷମ ହୋଇ ପାରିନଥିଲେ। ହେଲେ ଦ୍ବିତୀୟ ହାଫ୍ର ଆରମ୍ଭରୁ ନିକୋ ଓ୍ବିଲିୟମସ୍ ଗୋଲ କରି ସ୍ପେନ୍କୁ ଦୃଢ଼ ସ୍ଥିତିରେ ପହଁଞ୍ଚାଇଥିଲେ। ହେଲେ ଇଂଲଣ୍ଡର କୋଲ ପାମର ଗୋଲ ଦେଇ ସ୍କୋର ବରାବର କରିବାରେ ସଫଳ ହୋଇଥିଲା। ମ୍ୟାଚ ଶେଷ ହେବାର ୪ ମିନିଟ୍ ପୂର୍ବରୁ ଆୟୋଜବାଲ ଗୋଲ ଦେଇ ସ୍ପେନକୁ ୪ର୍ଥ ଥର ପାଇଁ ୟୁରୋ କପ୍ ବିଜେତା ବନେଇଥିଲେ।
୧୨ ବର୍ଷ ପରେ ସ୍ପେନ୍ ଜିତିଲା ୟୁରୋ କପ୍। ମ୍ୟାଚର ଶେଷ ସମୟରେ ଦମଦାର ପ୍ରଦର୍ଶନ କରି ଟାଇଟଲ ହାସଲ କରିଥିଲା। ଏହାପୂର୍ବରୁ ୧୯୬୪, ୨୦୦୮ ଓ ୨୦୧୨ରେ ୟୁରୋ କପ୍ ଟାଇଟଲ ହାତେଇଥିଲା ସ୍ପେନ୍। ୨୦୧୦ ବିଶ୍ବକପ୍ ବିଜୟୀ ହେବା ପରେ ୨ଟି ଟାଇଟଲ୍ ଜିତିଛି ସ୍ପେନ୍। ସେହି ସମୟକୁ ଜାବି ହନାଡେଜ, ଜାବି ଓଲୋସୋ ଓ ଏଣ୍ଡ୍ରୁ ଇନିଏସ୍ତାଙ୍କ ସ୍ବର୍ଣ୍ଣିମ ସମୟ ଥିଲା ବୋଲି କୁହାଯାଏ।